ଏବେ 125cc ବାଇକରେ Cruise Control! Hero Glamour 2025 ର ଜବରଦସ୍ତ ଅପଡେଟ୍

ଭାରତୀୟ ବଜାରରେ ପ୍ରଥମଥର ପାଇଁ ଲଞ୍ଚ ହେବାକୁ ଯାଉଛି Hero Glamour 2025 ମୋଡେଲ Cruise Control ଭଳି ଫିଚର୍ସ ସହିତ। କହିରଖିବାକୁ ଚାହୁଁଛି କି ଏହି ଫିଚର୍ସ ଟି କେବଳ ସ୍ପୋର୍ଟ୍ସ ବାଇକ୍ କିମ୍ବା ପ୍ରିମିୟମ୍ ବାଇକ୍ ରେ ଦେଖିବାକୁ ମିଳିଥାଏ କିନ୍ତୁ ଆଶ୍ଚର୍ଯ୍ୟ ର କଥା ଏହିକି ଯେ ହିରୋ ଗୋଟିଏ ସାଧାରଣ ବାଇକ୍ ରେ ଅଫର କରିଛି।

ତେବେ ଆସନ୍ତୁ ଜାଣିବା ଏହି ଫିଚରଟି କ’ଣ, ଏହା ବାଇକ୍‌ ପାଇଁ କେତେ ଲାଭଦାୟକ, ଏବଂ ଆମେ ଏହି ନୂତନ ବାଇକ୍‌ରେ ଆଉ କ’ଣ କ’ଣ ଆଶା କରିବା। Hero Glamour 2025 ମଡେଲ ବିଷୟରେ ସମ୍ପୂର୍ଣ ସୂଚନା ପାଇବା ପାଇଁ ଦୟାକରି ଏହି ଆର୍ଟିକିଲଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ।

Hero Glamour 2025 ନୂଆ ଡିଜାଇନ୍

Hero Glamour 2025
Hero Glamour 2025

ଡିଜାଇନ୍ ବିଷୟରେ ଏପର୍ଯ୍ୟନ୍ତ କୌଣସି ସଠିକ୍ ସୂଚନା ମିଳି ନାହିଁ କାରଣ ଏହା ଏକ ପରୀକ୍ଷା ମୂଳକ ବାଇକ୍ ଯାହା ସମ୍ପୂର୍ଣ୍ଣ ଲୁଚି ରହିଥିଲା। କିନ୍ତୁ ଏହା ଦେଖାଯାଉଛି ଯେ ହିରୋ ଏହାର ପାରମ୍ପରିକ କମ୍ୟୁଟର ଡିଜାଇନ୍ ବଦଳରେ ଏକ ସ୍ପୋର୍ଟି ଏବଂ ବୋଲ୍ଡ ଲୁକ୍ ଆଡକୁ ଗତି କରିପାରେ। ଯାହା ହୁଏତ ଏହି ଆଗାମୀ Hero Glamour ରେ ଦେଖିବାକୁ ମିଳିବ। ଯେମିତି କି ଆମେ ଆଶା କରିପାରିବା

  • ଶାର୍ପର ଟ୍ୟାଙ୍କ ଏକ୍ସଟେନ୍ସନ୍
  • ଅଧିକ ଏରୋଡାଇନାମିକ୍ ବଡି ପ୍ୟାନେଲ୍
  • ସ୍ପୋର୍ଟି ଟେଲ୍ ସେକ୍ସନ୍
  • ପ୍ରିମିୟମ୍ ପେଣ୍ଟ୍ ସ୍କିମ୍ ଏବଂ ଡେକାଲ୍ସ
  • ଏଲ୍ଇଡି DRLs ଏବଂ ଟେଲ୍ ଲ୍ୟାମ୍ପ

Read Also: ଲଞ୍ଚ ହେଲା 2025 Apache RTR 310 ନୂଆ Look ଆଉ Features ସହିତ

Hero Glamour 2025 ରେ କଣ କଣ ଫିଚର୍ସ ଦେଖିବାକୁ ମିଳିବ

ଟେଷ୍ଟିଙ୍ଗ ସମୟରେ ପ୍ରୋଟୋଟାଇପ୍ ସମ୍ପୂର୍ଣ୍ଣ ଭାବରେ ଘୋଡାଇ ଦିଆଯାଇଥିଲା, ତଥାପି ଅନେକ କିଛି ସାମ୍ନାକୁ ଆସିଛି ଯାହା ଗୁରୁତ୍ୱପୂର୍ଣ୍ଣ ଫିଚର୍ସ ଅପଗ୍ରେଡ୍ କୁ ସୂଚିତ କରେ। ଯେମିତି କି

  • ଡାହାଣ ସ୍ୱିଚଗିଅରରେ Cruise Control ବଟନ୍
  • ଟର୍ଣ୍ଣ-ବାଇ-ଟର୍ଣ୍ଣ ନାଭିଗେସନ୍ ସହିତ ନୂତନ ବ୍ଲୁଟୁଥ୍-ସକ୍ଷମ LCD ଡିସପ୍ଲେ
  • ଉଭୟ ପାର୍ଶ୍ୱରେ ପୁନଃନିର୍ମାଣିତ ସ୍ୱିଚଗିଅର୍ ଲେଆଉଟ୍
  • କନସୋଲ୍ ତଳେ USB ଚାର୍ଜିଂ ପୋର୍ଟ ଅବସ୍ଥିତ

ଗ୍ଲାମର 2025 ରେ ଉପଲବ୍ଧ ଏହି ସମସ୍ତ ଫିଚର୍ସ ଗୁଡ଼ିକ କେବଳ ଗ୍ଲାମର ପାଇଁ ନୁହେଁ ବରଂ ଆଗାମୀ ସମୟରେ, ହିରୋ ଏହାର ପ୍ରିମିୟମ୍ ବାଇକ୍ Xpulse 210 ଏବଂ Maverick 440 ରେ ମଧ୍ୟ ବ୍ୟବହାର କରିବ।

ନୂଆ LCD Instrument Cluster

ଅପକମିଙ୍ଗ Glamour 125 ରେ ଏକ ସମ୍ପୂର୍ଣ୍ଣ ଡିଜିଟାଲ୍ LCD ସ୍କ୍ରିନ୍ ରହିବାର ଆଶା କରାଯାଉଛି, ଯାହା Karizma XMR ଏବଂ Xtreme 250R ପରି ମୋଡେଲ ରେ ଅଛି। ଏହି ଡିସପ୍ଲେ ଏକ ସାଧାରଣ ୟୁନିଟ୍ ହେବ ନାହିଁ – ଏହା ବ୍ଲୁଟୁଥ୍-କଣେକ୍ଟିଭିଟି ସହିତ ମିଳିବ ଯାହା ବିଭିନ୍ନ କଣେକ୍ଟିଭିଟି ଫିଚର୍ସ କୁ ସପୋର୍ଟ କରିବ, ଯେମିତି କି:

  • Turn-by-turn ନାଭିଗେସନ୍
  • SMS ଏବଂ କଲ୍ ଆଲର୍ଟ
  • ବ୍ୟାଟେରୀ ଏବଂ ସର୍ଭିସ ରିମାଇଣ୍ଡର୍
  • ଇନ୍ଧନ ବିଶ୍ଳେଷଣ

ଏହା ସହିତ, ବାମ ସ୍ୱିଚଗିଅରରେ ଡିଜିଟାଲ୍ ମେନୁଗୁଡ଼ିକୁ ନାଭିଗେଟ୍ କରିବା ପାଇଁ ଏକ ସ୍ୱତନ୍ତ୍ର ବଟନ୍ ଅନ୍ତର୍ଭୁକ୍ତ, ଯାହା ଯାତ୍ରା କରିବା ସମୟରେ ବ୍ୟବହାରକୁ ଆହୁରି ଉନ୍ନତ କରିଥାଏ।

USB ଚାରଜିଙ୍ଗ ପୋର୍ଟ

ମିଟର କନସୋଲ ତଳେ ଏକ USB ଚାର୍ଜିଂ ପୋର୍ଟ ଅଛି ଯାହା ଆପଣଙ୍କର ସମସ୍ତ ଗ୍ୟାଜେଟ୍ ଗୁଡିକୁ ଚାର୍ଜ କରିବାରେ ସାହାଯ୍ୟ କରେ। ଯଦିଓ ଏହା ଏକ ଛୋଟ ଫିଚର, କିନ୍ତୁ ଏହା ଗ୍ଲାମର 2025 ପାଇଁ ଏକ ନୂତନ ଆରମ୍ଭ।

Cruise Control କଣ ଏହା ବାଇକ୍ ରେ କିପରି କାମ କରେ?

ଆମେ ପୂର୍ବରୁ କହିଥିଲୁ ଯେ, Glamour 125 ରେ Cruise Control ର ଉପସ୍ଥିତି ଏକ ନୂଆ କଥା, କାରଣ ପ୍ରଥମ ଥର ପାଇଁ କୌଣସି ମୋଟରବାଇକ୍ କମ୍ପାନୀ ଏହାର 125cc ମୋଟର ସାଇକେଲରେ ଏହି ଫିଚର ଲଞ୍ଚ କରିଛି। ଏହି ଫିଚର ର କାର୍ଯ୍ୟ ହେଉଛି ବାଇକ୍‌କୁ ସମାନ ଗତିରେ ବଜାୟ ରଖିବା। ଏହା ବିଶେଷତହ ଲମ୍ବା ରାଜପଥ ରେ କାମରେ ଆସିଥାଏ। ଏହି ଫିଚର କୁ ଧ୍ୟାନରେ ରଖି, ଅନୁମାନ କରାଯାଉଛି ଯେ ଏହା Karizma XMR ଏବଂ Xtreme 250R ଭଳି ବାଇକ୍‌ରେ ମଧ୍ୟ ବ୍ୟବହୃତ ହେବ।

ଯାନ୍ତ୍ରିକ ସେଟଅପ୍: ଅପରିବର୍ତ୍ତିତ ରହିବାର ସମ୍ଭାବନା ଅଛି

ନୂତନ ଫିଚର୍ସ ବ୍ୟତୀତ, Hero Glamour ର ଇଞ୍ଜିନରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଏଥିରେ ସମାନ 124.7cc ସିଙ୍ଗଲ୍-ସିଲିଣ୍ଡର, ଏୟାର-କୁଲ୍ଡ ଇଞ୍ଜିନ୍ ଅଛି। ଯାହା ପ୍ରାୟ 10.7 bhp ପାୱାର ଏବଂ 10.6 Nm ଟର୍କ ଉତ୍ପାଦନ କରେ। ପୂର୍ବ ପରି, ଏଥିରେ 5-ସ୍ପିଡ୍ ଗିଅରବକ୍ସ, ଟେଲିସ୍କୋପିକ୍ ଫ୍ରଣ୍ଟ୍ ଫର୍କ ଏବଂ ଟ୍ୱିନ୍ ରିଅର୍ ସକ୍ ଅବଜର୍ବର ଏବଂ ଫ୍ରଣ୍ଟ୍ ଡିସ୍କ ଏବଂ ରିଅର୍ ଡ୍ରମ୍ ବ୍ରେକ୍ ସେଟଅପ୍ ଅଛି। ଏହା ବ୍ୟତୀତ, ଇଞ୍ଜିନ୍ କୁ ପୂର୍ବ ଅପେକ୍ଷା ଅଧିକ ରିଫାଇଣ୍ଡ ଏବଂ ସ୍ମୁଥ୍ କରାଯାଇଛି।

ଆଶାକରାଯାଇଥିବା ଲଞ୍ଚ ତାରିଖ

ଆମେ ପୂର୍ବରୁ କହିଥିଲୁ ଯେ, Glamour 2025 ମଡେଲ୍ ବର୍ତ୍ତମାନ ଟେଷ୍ଟିଙ୍ଗ ଷ୍ଟେଜ ରେ ଛି। ଏହାକୁ ଲଞ୍ଚ କରିବା ପାଇଁ ସମୟ ଲାଗିପାରେ କିନ୍ତୁ ଆଶା କରାଯାଉଛି ଯେ Hero ଏହାକୁ ପର୍ବପର୍ବାଣୀ ସମୟରେ ଲଞ୍ଚ କରିବାକୁ ଲକ୍ଷ୍ୟ ରଖିଛି, ସମ୍ଭବତଃ ଅକ୍ଟୋବର-ନଭେମ୍ବର 2025 ପାଖାପାଖି।

Conclusion (ଉପସଂହାର)

ଏହି ଆର୍ଟିକିଲରେ, ଆମେ Hero Glamour 2025 ବିଷୟରେ କଥା ହେଉଥିଲୁ, ଯାହା Cruise Control ସହିତ ଲଞ୍ଚ ହେବାକୁ ଯାଉଛି। ଏହା ଏକ ପ୍ରିମିୟମ୍ ଫିଚର ଯାହା ପ୍ରାୟତଃ ପ୍ରିମିୟମ୍ ବାଇକ୍‌ରେ ଦେଖାଯାଏ। ଏକ ସାଧାରଣ ଦେଖାଯାଉଥିବା କମ୍ୟୁଟର୍ ବାଇକ୍‌ରେ ଏପରି ଫିଚର ରହିବା ସାଧାରଣ କଥା ନୁହେଁ, କିନ୍ତୁ Hero ଏହା କରି ଦେଖାଇଛି। ଯଦି ଆପଣ ମଧ୍ୟ ଏକ କମ୍ୟୁଟର୍ ବାଇକ୍‌ରେ ଏପରି ଫିଚର ପାଇବାକୁ ଚାହୁଁଛନ୍ତି, ତେବେ ଏହି ଆଗାମୀ Glamour କୁ ଲଞ୍ଚ ହେବା ଯାଏଁ ଅପେକ୍ଷା କରନ୍ତୁ।

Author

  • Akash Lenka

    I am Akash Lenka, 28 years old, a graduate in Mass Communication and Journalism from Indian Institute of Mass Communication. I love riding bikes and writing about bikes. On Odiabiker.com, I write about new bike launches, upcoming bikes and e-bikes, bringing the latest information to readers with my interest and expertise.

Leave a Comment